ରାମ ମନ୍ଦିର ନିର୍ମାଣ ଆରମ୍ଭ, ଦାନ ପାଇଁ ଆକାଉଣ୍ଟ ନମ୍ବର ଜାରି କଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ଶ୍ରୀ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ମନ୍ଦିରର ଭୂମି ପୂଜନ ସମୟରେ ଶିଳାନ୍ୟାସ କରିଥିଲେ। ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣରେ ସହଯୋଗ କରିବା ଲାଗି ଦେଶବାସୀ ଦାନ କରିବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଆକାଉଣ୍ଟ ନମ୍ବର ଜାରି କରାଯାଇଛି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବୁଧବାର ଏକ ଭିଡିଓ ଜାରି କରି କହିଛନ୍ତି, ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମି ପୂଜନ କରିଥିଲେ, ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣରେ ନିଜର ଯୋଗଦାନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ଦାନ କରିବା ଲାଗି ସମସ୍ତ ତଥ୍ୟ ଦିଆଯାଉଛି।
जय श्री राम!
प्रभु श्रीराम की पावन जन्मभूमि पर उनके भव्य और दिव्य मन्दिर के निर्माण का कार्य माननीय प्रधानमंत्री जी द्वारा भूमिपूजन पश्चात प्रारम्भ हो गया है।
श्री रामजन्मभूमि तीर्थ क्षेत्र सभी श्रीराम भक्तों का आह्वान करता है कि मन्दिर निर्माण हेतु यथाशक्ति व यथासंभव दान करें। pic.twitter.com/Y7oTmuPOiL
— Shri Ram Janmbhoomi Teerth Kshetra (@ShriRamTeerth) August 12, 2020