ଆଣ୍ଡାମାନରେ ଜାହାଜ ତିଆରି କଲେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲି

ଭୁବନେଶ୍ୱର: ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ ରାମ ପ୍ରସାଦ। ‘ସୋନର ଗ୍ରୁପ୍ ଅଫ୍ କମ୍ପାନୀ’ର ମୁଖ୍ୟ ତଥା ଜଣେ ଓଡ଼ିଆ ଉଦ୍ୟୋଗପତି ହେଉଛନ୍ତି ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣାର ରାମ ପ୍ରସାଦ ମୁଦୁଲି। ସେ ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଏକ ନୂତନ ଯାତ୍ରୀବାହୀ ଜାହାଜ ପ୍ରସ୍ତୁତି କରିଛନ୍ତି। ଏହି ଜାହାଜ ଏକ ନୂତନ ଓ ଦୃତ ଗତିର ଜାହାଜ, ଯାହା ସେଠାରେ ୪ଟି ଦୀପ ପୁଞ୍ଜକୁ ଗସ୍ତ କରିବ।

 

ଏହି ଜାହାଜ ପୋର୍ଟବ୍ଲେୟାରଠାରେ କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟ ସଭାସଂସଦ ବିକାଶ ମାହାତମେ, ‘ସୋନର ଗ୍ରପ୍ ଅଫ୍ କମ୍ପାନୀ’ର ସିଓ ଶ୍ରୀ ମୁଦୁଲି, ଶ୍ରୀଲିଙ୍କ୍ ଆଡଭେଞ୍ଚର୍ ସଦସ୍ୟ, ବହୁ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀର କର୍ମଚାରୀମାନେ ଉପସ୍ଥିତଥିଲେ।

Comments are closed.