ଅଯୋଧ୍ୟାରେ ରାମ ମନ୍ଦିର ନକ୍ସାକୁ ମିଳିଲା ପ୍ରାଧିକରଣର ମଞ୍ଜୁରୀ

ସର୍ବସମ୍ମତି କ୍ରମେ ଗୃହିତ ହେଲା ନକ୍ସା ଏବଂ ସମଗ୍ର ଅଞ୍ଚଳର ମାନଚିତ୍ର

ଅଯୋଧ୍ୟା : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ ନକ୍ସା ଏବଂ ସମଗ୍ର ଅଞ୍ଚଳର ମାନଚିତ୍ର ସର୍ବସମ୍ମତି କ୍ରମେ ଗୃହିତ ହୋଇଛି। ଏନେଇ ଅଯୋଧ୍ୟା ବିକାଶ ପ୍ରାଧିକରଣର ବୈଠକ ଶେଷ ହୋଇଛି। ପ୍ରାଧିକରଣ ବୈଠକରେ ମନ୍ଦିରର ନକ୍ସା ସର୍ବସମ୍ମତି କ୍ରମେ ଗୃହିତ ହୋଇଛି।

ପ୍ରାଧିକରଣର ଅଧ୍ୟକ୍ଷ ତଥା କମିଶନର ଏସ.ପି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨,୭୪,୧୧୦ ବର୍ଗ ମିଟର ଖୋଲା ସ୍ଥାନ ଏବଂ ପ୍ରାୟ ୧୩,୦୦୦ ବର୍ଗ ମିଟର ଜାଗାକୁ ନେଇ ପ୍ରସ୍ତୁତ ନକ୍ସା ଏବଂ ମାନଚିତ୍ରକୁ ଅନୁମୋଦନ କରାଯାଇଛି। କେବଳ ୧୩,୦୦୦ ବର୍ଗ ମିଟର ଜାଗାରେ ରାମ ମନ୍ଦିର ନିର୍ମାଣ ହେବ।

ତେବେ ରାମ ମନ୍ଦିର ଟ୍ରଷ୍ଟକୁ ଉନ୍ନୟନ ଦେୟ ସହିତ ରକ୍ଷଣାବେକ୍ଷଣ ଦେୟ, ତଦାରଖ ଏବଂ ଶ୍ରମ ସେସ ଦେବାକୁ ପଡିବ। ଟ୍ରଷ୍ଟ ପକ୍ଷରୁ ପ୍ରାୟ ପାଞ୍ଚ କୋଟି ଟଙ୍କା ଉନ୍ନୟନ ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କ ମିଳିବାର ଆଶା କରାଯାଏ। ଏଥିରେ ନିର୍ମାଣ ଶ୍ରମିକ ସେସ ମଧ୍ୟ ଅନ୍ତର୍ଭୁକ୍ତ।

ଟ୍ରଷ୍ଟ ଦ୍ୱାରା ଜମା ହେବାକୁ ଥିବା ଏହି ଶୁଳ୍କ ଆୟକର ଛାଡ ପରେ ସ୍ଥିର କରାଯାଇଛି। ବୋର୍ଡ ନକ୍ସା ଓ ମାନଚିତ୍ରକୁ ଅନୁମୋଦନ କରିବା ପରେ କର୍ତ୍ତୃପକ୍ଷ ଏହି ଶୁଳ୍କ ସଂଗ୍ରହ କରିବାକୁ ଟ୍ରଷ୍ଟକୁ ଚିଠି ଲେଖିବେ। ପରେ ଟ୍ରଷ୍ଟ ଏହି ଟଙ୍କା ଜମା କରିବ । ଟଙ୍କା ଜମା ଜମା ହେବା ପରେ କର୍ତ୍ତୃପକ୍ଷ ଅନୁମୋଦିତ ମାନଚିତ୍ରକୁ ଟ୍ରଷ୍ଟରେ ଦାଖଲ କରିବେ।

Comments are closed.