ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମିପୂଜା ଅବସରରେ ଜାଣନ୍ତୁ କ’ଣ ରହିଛି ଏହି ବସ୍ତ୍ରର ବିଶେଷତ୍ୱ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାର ସ୍ୱପ୍ନ ସତ ହୋଇଛି। ସାରା ଦେଶରେ ଏଥିପାଇଁ ଖୁସିର ଲହରୀ ଖେଳି ଯାଇଛି। ୧୨ଟା ପରେ ଶୁଭ ମୁହୂର୍ତରୁ ପୂଜା ଆରମ୍ଭ ହୋଇସାରିଛି। ଭୂମି ପୂଜା ପାଇଁ ପ୍ରଭୁ ରାମଙ୍କର ପିଲାବେଳର ପ୍ରତିମାକୁ ସବୁଜ ରଙ୍ଗର ବସ୍ତ୍ର ପିନ୍ଧାଯାଇଛି। ଯେଉଁଥିରେ ନଅ ରତ୍ନରେ ସଜାଯାଇଛି। ଭଗବାନ ରାମଙ୍କ ପାଇଁ ଆଜି ଏହି ସବୁଜ ରଙ୍ଗ ବସ୍ତ୍ରଟି ସମ୍ପୂର୍ଣ୍ଣ ମଖମଲ କପଡ଼ାରେ ନଅ ରତ୍ନକୁ ସୁନା ତାରରେ ଗୁନ୍ଥା ଯାଇଛି। ସମସ୍ତ ଗ୍ରହ ଶାନ୍ତି ରହିବା ପାଇଁ ଏହି ନଅ ଗ୍ରହର ବ୍ୟବହାର କରାଯାଇଛି। ଭୂମିପୂଜା ପରେ ରାମଲଲାଙ୍କୁ କେସରି ରଙ୍ଗର ବସ୍ତ୍ର ପରିଧାନ କରାଯିବ।
ଭୂମିପୂଜାର ଏହି ବିଶେଷ ଅବସରରେ ପ୍ରଭୁ ରାମଙ୍କ ସହ ମା’ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ରାମ ଭକ୍ତ ହନୁମାନଙ୍କୁ ମଧ୍ୟ ନୂତନ ବସ୍ତ୍ର ପିନ୍ଧାଯାଇଛି।