ରାମ ଜନ୍ମଭୂମି-ବାବ୍ରୀ ମସ୍‍ଜିଦ ମାମଲା :ଆହ୍ଲାବାଦ ହାଇକୋର୍ଟ ରାୟ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

0

ନୂଆଦିଲ୍ଲୀ : ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସ୍‍ଜିଦ ଜମିକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦାୟାର ହୋଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି ହେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ୍‍ କୌର୍‍ ଏବଂ ଜଷ୍ଟିସ କେ. ଏମ୍‍. ଯୋଶେଫ୍‍ଙ୍କୁ ନେଇ ଗଠିତ ବେଞ୍ଚ୍‍ ଏହି ମାମଲାର ଶୁଣାଣି କରିବେ। ଇସ୍‍ଲାମ ଧର୍ମପାଇଁ ମସ୍‍ଜିଦ୍‍ ଅନିବାର୍ଯ୍ୟ ନୁହେଁ ବୋଲି ୧୯୯୪ରେ କୋର୍ଟ ଦେଇଥିବା ରାୟର ପୂନର୍ବିଚାର ପାଇଁ ସାମ୍ବିଧାନିକ ବେଞ୍ଚ ଗଠନ କରିବା ଆବେଦନକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନର ଶୁଣାଣିବେଳେ ଏହି ପ୍ରସଙ୍ଗ ଉତ୍‍ଥାପନ ହୋଇଥିଲା।

Leave A Reply