ମହିଳା ସ୍ନାତକ କଲେଜର ଗାନ୍ଧି ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ସ୍ନାତକ ମହାବିଦ୍ୟାଳୟ ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଗାନ୍ଧି ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅହିଂସା ରଥର ଆଠଗଡ ଆଗମନ ପୂର୍ବରୁ ଗାନ୍ଧିଙ୍କ ଅହିଂସା ନୀତି, ଆଦର୍ଶ ଓ ପ୍ରଦର୍ଶିତ ମାର୍ଗ ସଂପର୍କରେ ପ୍ରଚାର ପ୍ରସାର ଲାଗି ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏହି ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏନଏସଏସ ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରୀମାନେ ଗାନ୍ଧୀଙ୍କ ବାଣୀ ଲିପିବଦ୍ଧ ହୋଇଥିବା ପ୍ଲାକାର୍ଡ ହାତରେ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଯୁବରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର, ଏନଏସଏସର ଯୋଜନା ଅଧିକାରିଣୀ ଅଧ୍ୟାପିକା ବସିରା ବେଗମ ଓ ଅଧ୍ୟାପିକା ଶୁଭସ୍ମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.