ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ କରୋନା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରକୁଲ ପ୍ରୀତ୍ ସିଂହ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରକୁଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି। ମୋର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ଗୃହ ସଂଗରୋଧରେ ଅଛି। ଏବେ ସେ ସୁସ୍ଥ ଅନୁଭବ କରୁଥିବା ଲେଖିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍ ପରୀକ୍ଷା କରିବାନେବାକୁ ରକୁଲ ପ୍ରୀତ ସିଂହ ଅନୁରୋଧ କରିଛନ୍ତି।

Comments are closed.