ବାହାହେବେ ରାକ୍ଷୀ ସାୱନ୍ତ

0

ମୁମ୍ବଇ : ଦୀପିକା ପାଦୁକୋନ୍‍ ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହରେ ଉତ୍ସାହିତ ହୋଇ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ନିଜ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ସମସ୍ତେ ବାହା ହୋଇଯାଉଥିବାରୁ ତାଙ୍କ ବିବାହ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ବୋଲି କହିବା ସହ ଟିଭି କାର୍ଯ୍ୟକ୍ରମ ‘ଇଣ୍ଡିଆସ୍‍ ଗଟ୍‍ ଟ୍ୟାଲେଣ୍ଟ-୮’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ଦୀପକ କଲାଲଙ୍କୁ ସେ ବିବାହ କରୁଥିବା ସୂଚନା ଦେଇଛନ୍ତି। ଇନ୍‍ଷ୍ଟାଗ୍ରାମରେ ସେ ବିବାହ ନିମନ୍ତ୍ରଣପତ୍ର ପୋଷ୍ଟ କରିଛନ୍ତି। ଡିସେମ୍ବର ୩୧ରେ ଲସ୍‍ ଆଞ୍ଜେଲ୍ସଠାରେ ସେମାନଙ୍କ ବିବାହ ହେଉଥିବା ରାକ୍ଷୀ ଗୁରୁବାର ସନ୍ଧ୍ୟାରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ବିବାହ ଉତ୍ସବରେ ଶାହରୁଖ ଖାଁ ଓ କରଣ ଜୋହର ଯୋଗଦେବେ ବୋଲି ରାକ୍ଷୀ ଜଣାଇଛନ୍ତି। ଦୀପକ ମଧ୍ୟ ନିଜ ଇନ୍‍ଷ୍ଟାଗ୍ରାମ ଏକାଉଣ୍ଟରେ ବିବାହ ସମ୍ପର୍କରେ ଖବର ଉପସ୍ଥାନ କରିଛନ୍ତି। ୪୫ବର୍ଷୀୟ ଦୀପକଙ୍କଘର ପୁଣେଠାରେ। ପୂର୍ବରୁ ସେ ମୁମ୍ବଇର ଏକ ହୋଟେଲରେ ଅଭ୍ୟର୍ଥନାକାରୀ ଭାବେ କାର୍ଯ୍ୟ କରୁଥିଲେ। ନିଜକୁ ଜଣେ ସମଲିଙ୍ଗୀ ଭାବେ ଦାବି କରୁଥିବା ଦୀପକ ୨୦୧୧ରେ ‘ମୋଦୀଜୀ ଆପ୍‍କୋ ପପ୍ପି ଦୋଙ୍ଗା’ ଭିଡିଓ ଚଳଚ୍ଚିତ୍ର ମାଧ୍ୟମରେ ପରିଚିତି ଲାଭ କରିଥିଲେ।

Leave A Reply