ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

ସମ୍ବଲପୁର : ପୂର୍ବତଟ ରେଳବାଇ ମହିଳା ସଙ୍ଗଠନର ସମ୍ବଲପୁର ଶାଖା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର ସୋମବାର ଉଦଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ରେଳ ମଣ୍ଡଳର ପ୍ରବନ୍ଧକ ବିନୀତ ସିଂ ଉଦଘାଟନ କରିଥିଲେ । ଗ୍ରୀଷ୍ମ ଛୁଟିର ଉପଯୁକ୍ତ ଉପଯୋଗ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଭା ବିକାଶ ପାଇଁ ଆୟୋଜିତ ଏହି ଶିବିର ଏକ ନୂତନ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି ଶ୍ରୀ ସିଂ କହିଥିଲେ । ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂହ ଓ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁରର ଅଧ୍ୟକ୍ଷା ଅଞ୍ଜନୀ ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଉଦଘାଟନୀ ଦିବସରେ ୫୦ରୁ ଅଧିକ  ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନୃତ୍ୟ, ଚିତ୍ରାଙ୍କନ, ପେଣ୍ଟିଂ ଏବଂ ସନ୍ତରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଇଚ୍ଛୁକ ଛାତ୍ରଛାତ୍ରୀ ପଞ୍ଜିକରଣ ଓ ଅନ୍ୟାନ୍ୟ ବିବରଣୀ ନିମନ୍ତେ ସମ୍ବଲପୁର ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ (ୱେଲଫେୟାର ସେକ୍ସନ) ଙ୍କ ସହିତ ଯୋଗାଯୋଗ କରିପାରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.