ପଲିଥିନ ରାକ୍ଷୀ ବର୍ଜନ କରିବେ ଆଦିବାସୀ ଛାତ୍ରଛାତ୍ରୀ

0

ମାଲକାନଗିରି : ପଲିଥିନ ବର୍ଜନ ନେଇ ବିଭିନ୍ନ ମହଲରେ ସଚେତନତା ବୃଦ୍ଧି ପାଇଛି। ଛାତ୍ରଛାତ୍ରୀ ଏ ନେଇ ସମସ୍ତଙ୍କୁ ଅଦିକ ସଚେତନ କରାଉଛନ୍ତି। ରବିବାର ରାକ୍ଷୀ ପୂର୍ଣ୍ଣିମା। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀମାନେ ଅଭିନବ ଉପାୟରେ ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଲିଥିନ୍‍ ଦ୍ୱାରା ପରିବେଶ ପଦୃଷଣ ହେଉଥିବା ଦ୍ୱାରା ଛାତ୍ରୀମାନେ ଏଭଳି ନୂତନ ପ୍ରୟାସ କରିଛନ୍ତି। ମାଲକାନଗିରି ଜିଲା ଗୋରାଖୁଣ୍ଟା, ଶିଖପାଲି, କୃସୁବାଡା, ଚାଲାଣଗୁଡା ଆଦି ବିଦ୍ୟାଳୟ ଛାତ୍ରୀମାନେ ପଲିଥିନ ରାକ୍ଷୀ ବର୍ଜନ କରିବେ। ଏହା ବଦଳରେ ଗଛଲତା ସହ ବିଭିନ୍ନ ଫୁଲଦ୍ୱାରା ସଜ୍ଜିତ ରାକ୍ଷୀ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୧୦୦୦ ଛାତ୍ରୀ ଏହି ଉପାୟ ଅବଲମ୍ବନ କରିବେ ବୋଲି ଜଣାପଡିଛି। ଛାତ୍ରୀମାନଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟବାସିନ୍ଦା ପ୍ରଶଂସା କରିଛନ୍ତି।

Leave A Reply