ଏଠାରେ ଗଛକୁ ବନ୍ଧାଯାଇଛି ରାକ୍ଷୀ ; ଜାଣନ୍ତୁ କାରଣ

ରକ୍ଷା ବନ୍ଧନ ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କ। ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଭାଇ ମଧ୍ୟ ଭଉଣୀର ରକ୍ଷା କରିଥାଏ। ମଧ୍ୟପ୍ରଦେଶର ବୈତୁଲରେ ରକ୍ଷା ବନ୍ଧନ ଦିନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ଗଛଙ୍କୁ ରାକ୍ଷୀ ବାନ୍ଧି , ତାଙ୍କର ରକ୍ଷା କରିବାକୁ ସଙ୍କଳ୍ପ ନିଆଯାଇଥାଏ।
ପରିବେଶକୁ ରକ୍ଷା ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏଠାରେ ପ୍ରତ୍ୟେକ ବର୍ଷ ଗଛମାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ସୁରକ୍ଷା ପାଇଁ ସଙ୍କଳ୍ପ ନିଆଯାଏ। ପ୍ରଥମ ଥର ଆଦିବାସୀ ସମ୍ପ୍ରଦାୟରେ ପିଲାମାନେ ପାଂଚ ଦିନ ମଧ୍ୟରେ ୩୦ ଫିଟ ରାକ୍ଷୀ ପ୍ରସ୍ତୁତ କରି ଗଛଙ୍କୁ ବାନ୍ଧିଛନ୍ତି। ସିମୋରୀ ଗାଁରେ ଗଛଙ୍କୁ ରାକ୍ଷୀ ବାନ୍ଧିବାର ଏହି ପରମ୍ପରା ୧୯୯୮ରୁ ଆରମ୍ଭ ହୋଇଛି ବୋଲି କୁହାଯାଏ।
ଗାଁର ପିଲାମାନଙ୍କ ଓ ଶିକ୍ଷକଙ୍କ ମତାନୁଯାୟୀ ଗଛ ପରିବେଶର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଆମକୁ ଓ ଆମ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହୋଇଥାଏ। ତେଣୁ ଆମେ ଗଛକୁ ରାକ୍ଷୀ ବାନ୍ଧୁ।