ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ, ୟୁପିରେ ମାଗଣା ବସ ଯାତ୍ରା

0

ନୂଆଦିଲ୍ଲୀ : ଆସୁଛି ରାକ୍ଷୀ ପୂର୍ଣ୍ଣିମା। ସବୁ ଭଉଣୀ ମାନେ ଏହି ଦିନଟିକୁ ଚାହିଁ ବସିଥାନ୍ତି। ଭଉଣୀ ମାନଙ୍କୁ ଏହି ପବିତ୍ର ଦିନରେ ସତନ୍ତ୍ର ସୁବିଧା ପାଇଁ ଭାରତୀୟ ରେଳବାଇ ନୂଆ ଯୋଜନା କରିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ଦିଲ୍ଲୀ ଉପଖଣ୍ଡରେ ମହିଳାମାନଙ୍କ ପାଇଁ ରେଳବାଇ କିଛି ସ୍ୱତନ୍ତ୍ର ଟ୍ରେନ ଚଳାଇବା ନିମନ୍ତେ ନିଷ୍ପତ୍ତି ନେଇଛି। ମହିଳା ମାନେ ଯେପରି ରାକ୍ଷୀ ପୂର୍ଣ୍ଣିମାରେ ନିଜର ଭାଇମାନଙ୍କ ନିକଟରେ ସୁରକ୍ଷାର ସହିତ ଶୀଘ୍ର ପହଞ୍ଚି ପାରିବେ ସେଥିପାଇଁ ରେଳ ବିଭାଗ ଏହି ନିଷ୍ପତ୍ତି ଗ୍ରହଣ କରିଛି।
ସେହିପରି ଉତ୍ତରପ୍ରଦେଶ ସରକାର ରାକ୍ଷୀ ପୂର୍ଣ୍ଣିମାରେ ମହିଳା ମାନଙ୍କ ପାଇଁ ମାଗଣା ବସ ସେବା ଯୋଗାଇ ଦେବେ। ୟୁପି ପରିବହନ ବିଭାଗ କହିବା ଅନୁସାରେ ଅଗଷ୍ଟ ୨୫ ତାରିଖ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ଅଗଷ୍ଟ ୨୬ ତାରିଖ ମଧ୍ୟ ରାତ୍ରି ପ୍ରଯ୍ୟନ୍ତ ମହିଳା ମାନେ ମାଗଣା ବସ୍‍ ଯାତ୍ରା କରିପାରିବେ।

Leave A Reply