ଭେଙ୍କୈୟା ନାଇଡୁଙ୍କୁ ରାକ୍ଷୀ ବାନ୍ଧିଲେ ସୁଷମା

0

ନୂଆଦିଲ୍ଲୀ : ଭାଇ-ଭଗିନୀ ମଧ୍ୟରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷାବନ୍ଧନ ଅବସରରେ ରବିବାର ଶତାଧିକ ସ୍କୁଲ୍‍ ଛାତ୍ରଛାତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ ତଥା ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ଅବସରରେ ଉପରାଷ୍ଟ୍ରପତି ନାଇଡୁଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ନାଇଡୁ ନିଜର ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ପବିତ୍ର ଅବସରରେ ସମସ୍ତ ଲୋକ ପୁନଃ ନିଜକୁ ମହିଳାମାନଙ୍କ ସୁରକ୍ଷା ଦିଗରେ ସମର୍ପିତ କରିବା ଉଚିତ୍‍। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଭଉଣୀ କ୍ୱାମର ମହସିନ୍‍ ଶୈଖ୍‍ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି। ଶୈଖ୍‍ ହେଉଛନ୍ତି ମୋଦୀଙ୍କ ଧରମ ଭଉଣୀ। ସେ ଗତ ୨୪ ବର୍ଷ ହେବ ମୋଦୀଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି।

Leave A Reply