ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନିକୁନି ସ୍କୁଲପିଲା

0

ନୂଆଦିଲ୍ଲୀ : ସମଗ୍ର ଦେଶ ଆଜି ପବିତ୍ର ରକ୍ଷାବନ୍ଧନର ପର୍ବ ପାଳନ କରୁଛି। ଏହି ଅବସରରେ କୁନିକୁନି ସ୍କୁଲପିଲାଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ମା’ ଓ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।


ସମସ୍ତ ଦେଶବାସୀଙ୍କୁ ଏହି ପବିତ୍ର ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ରକ୍ଷାବନ୍ଧନର ପର୍ବ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଏହି ପର୍ବ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ମଧ୍ୟ ବଡ଼ ଉଦାହରଣ ରୂପେ ରହିଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

Leave A Reply