ରକ୍ଷା ବନ୍ଧନ ଅବସରରେ ଗଛରେ ରାକ୍ଷୀ ବାନ୍ଧିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

0

ପାଟଣା.- ରକ୍ଷା ବନ୍ଧନ ଅବସରରେ ଭାଇର ସୁରକ୍ଷା ପାଇଁ ଭଉଣୀ ରାକ୍ଷୀ ବାନ୍ଧି ଥାଏ । ଚଳିତ ବର୍ଷ ବୃକ୍ଷମାନଙ୍କର ସୁରକ୍ଷା ସହ ସମାଜରେ ବୃକ୍ଷରୋପଣ ପ୍ରତି ଏକ ସଚେତନତା ବାର୍ତ୍ତା ଦେବା ପାଇଁ ବିହାରରର ମୁଖ୍ୟମନ୍ତ୍ରୀ ନୀତଶ କୁମାର ଗଛରେ ରାକ୍ଷୀ ବାନ୍ଧିଛନ୍ତି ।

କେବଳ ନୀତଶ କୁମାର ନୁହନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ବି ଗଛରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଗତ କିଛି ବର୍ଷ ଧରି ନୀତିଶ କୁମାର ଗଛରେ ରାକ୍ଷୀ ବାନ୍ଧୁଛନ୍ତି । ଏହା ସହ ରାଜଧାନୀ ବାଟିକାରେ ରକ୍ଷା ବନ୍ଧନ ଅବସରରେ ସେ ବୃକ୍ଷ ରୋପଣ କରିଥାଆନ୍ତି ।

Leave A Reply