କ୍ୟାନ୍‌ସର କବଳରେ ରାକେଶ ରୋଶନ : ସୂଚନା ଦେଲେ ହ୍ରିତିକ୍‍

0

ମୁମ୍ବଇ : ବଲିଉଡ଼ରେ ଲଗାତାର ଜଣଙ୍କ ପରେ ଜଣେ ତାରକା କର୍କଟ ରୋଗ (କ୍ୟାନ୍‌ସର)ର ଶୀକାର ହେଉଥିବା ବେଳେ ଏବେ ପୁଣି ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ ଏହି ରୋଗ କବଳରେ। ରାକେଶ ରୋଶନଙ୍କ ଗଳାରେ କ୍ୟାନ୍‌ସର ହୋଇଥିବା ତାଙ୍କ ପୁଅ ଅଭିନେତା ହ୍ରିତିକ୍‍ ରୋଶନ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ହ୍ରିତିକଙ୍କ କହିବା ଅନୁସାରେ, ରାକେଶଙ୍କ କ୍ୟାନ୍‌ସର ପ୍ରଥମ ପର୍ଯ୍ୟାୟରେ ଅଛି ଓ ଆଜି(ମଙ୍ଗଳବାର) ତାଙ୍କର ଅସ୍ତ୍ରୋପଚାର କରାଯିବ। ହ୍ରିତିକ୍‍ ସାମାଜିକ ଗଣମାଧ୍ୟମରେ ପିତା ରାକେଶଙ୍କ ସହ ଜିମ୍ ରେ ଥିବା ସମୟର ଏକ ଫଟୋ ଶେୟାର କରିଛନ୍ତି।

image courtesy-India Today

ଏହି ଫଟୋ ସହ ହ୍ରିତିକ୍‍ ଲେଖିଛନ୍ତି, “ଆଜି ତାଙ୍କ ଅସ୍ତ୍ରୋପଚାର ଦିନ ମଧ୍ୟ ସେ ଜିମ୍‍ ଯିବା ବନ୍ଦ କରି ନାହାନ୍ତି। ସେ ଜଣେ ବହୁତ ଦୃଢମନା ଓ ସାହସୀ ବ୍ୟକ୍ତି। କିଛି ସପ୍ତାହ ପୂର୍ବରୁ ଜଣାପଡ଼ିଛି ଯେ ସେ ପ୍ରଥମ ପର୍ଯ୍ୟାୟର ଗଳା କ୍ୟାନ୍‌ସରରେ ପୀଡ଼ିତ ଓ ଆଜି ସେ ସେହି ରୋଗ ସହ ଲଢିବାକୁ ଯାଉଛନ୍ତି। ତାଙ୍କ ପାଇଁ ଆମ ସମ୍ପୂର୍ଣ୍ଣ ପରିବାର ଗର୍ବିତ”।

ରା​‌କେଶଙ୍କ କାମ ବିଷୟରେ କହିବାକୁ ଗଲେ, ରାକେଶ ଚଳିତ ଦିନରେ ‘କ୍ରିଶ୍‍-୪’ର ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରରେ ପୁଣିଥରେ ରାକେଶ ତାଙ୍କ ପୁଅ ହ୍ରିତିକଙ୍କ ସହ କାମ କରିବେ। ତେବେ ପୂର୍ବରୁ ଏହି ଚଳଚ୍ଚିତ୍ରର ସମସ୍ତ ଭାଗ ଗୁଡ଼ିକ ବହୁ ସଫଳତା ହାସଲ କରି ହିଟ୍‍ ସାବ୍ୟସ୍ତ ହୋଇଛି।

Leave A Reply