ମାର୍ଚ୍ଚ ୮ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ରାଜ୍ୟସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି। ଶୁକ୍ରବାର ରାଜ୍ୟସଭାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଦୁଇ ସପ୍ତାହ ଧରି ଚାଲିଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୯୯ ପ୍ରତିଶତ ସଫଳ ରହିଥିବା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି। ଲୋକସଭାର ଅଧିବେଶନ ଶନିବାର ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲିର ଲୋକସଭାରେ ଅଧିବେଶନରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବା ଲାଗି ବିଜେପି ହୁଇପ୍ ଜାରି କରିଛି।

Comments are closed.