୪ ବର୍ଷରେ ଆତ୍ମସମର୍ପଣ କରିଛନ୍ତି ୩,୭୦୦ରୁ ଊର୍ଦ୍ଧ୍ବ ମାଓବାଦୀ

0

ନୂଆଦିଲ୍ଲୀ : ଗତ ୪ ବର୍ଷ ମଧ୍ୟରେ ୩,୭୦୦ରୁ ଊର୍ଦ୍ଧ୍ବ ମାଓବାଦୀ ପୁଲିସ୍‍ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ବୁଧବାର ରାଜ୍ୟସଭାରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଅନନ୍ତକୁମାର ହେଗଡେ ପ୍ରକାଶ କରିଛନ୍ତି। ଗୃହ ବ୍ୟାପାର ମନ୍ତ୍ରାଳୟ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ ୪ ବର୍ଷ ମଧ୍ୟରେ ୩,୭୧୪ ଜଣ ବାମପନ୍ଥୀ ଉଗ୍ରବାଦୀ (ଏଲ୍‍ଡବ୍ଲ୍ୟୁଇ) ଆତ୍ମସମର୍ପଣ କରିଛନ୍ତି। ଦକ୍ଷତା ବିକାଶ ପାଇଁ ଆଇଟିଆଇରେ ନାମ ଲେଖାଇବାକୁ ଆତ୍ମସମର୍ପଣ କରିଥିବା ପ୍ରାୟ ସମସ୍ତ ଆତଙ୍କବାଦୀଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ। ତେଣୁ ଆଟିଆଇରେ ପ୍ରବେଶ ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରାଯାଇଛି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ହେଗଡେ ଏହା ଜଣାଇଛନ୍ତି।

Leave A Reply