ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି। ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ନୀତୀଶ କୁମାର। ପୂର୍ବରୁ ଫୋନରେ ମଧ୍ୟ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଥିଲେ । ତେବେ ଜେଡିୟୁର ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ଅନ୍ୟପଟେ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଆରଜେଡିର ସାଂସଦ ମନୋଜ ଝା।

Comments are closed.