ରାଜ୍ୟସଭା ସଦସ୍ୟ ଅମର ସିଂହଙ୍କ ପରଲୋକ

ଲକ୍ଷ୍ନୌ : ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅମର ସିଂହଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ତାଙ୍କୁ କିଛି ଦିନ ହେବ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅମର ସିଂହ ଗତ ୬ ମାସ ଧରି ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ। ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସହଯୋଗୀ ଥିଲେ। ସେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜ୍ୟସଭାର ସଦସ୍ୟ ଥିଲେ, ଜୁଲାଇ ୨୦୧୬ ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ସହିତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।

Comments are closed.