MEllora 950×100

ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ପରାମର୍ଶ ଦେବେ ରାଜ୍ୟସଭା ସଦସ୍ୟ

ଡେସ୍କ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ପରାମର୍ଶ ଓ ପ୍ରସ୍ତାବ ପଠାଇବାକୁ ରାଜ୍ୟସଭାର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ଧନଖଡ଼ କହିଛନ୍ତି, ସେହି ପରାମର୍ଶଗୁଡିକୁ ଉପଯୁକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ପଠାଯିବ। ସେ କହିଛନ୍ତି, ଦେଶ ଜି -୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବାରୁ ଭାରତଠାରୁ ବିଶ୍ୱ ଅନେକ ଆଶା ରଖିଛି।

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ କହିଛନ୍ତି ଯେ ଭାରତ ସମସ୍ତ ଜି-୨୦ ଦେଶ ସହ ଜଡିତ ଅଛି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଡିଜିଟାଲ ବିପ୍ଳବ କ୍ଷେତ୍ରରେ ଦେଶର ଅଗ୍ରଗତି ପ୍ରଦର୍ଶନ ଉପରେ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି, ଜି-୨୦ ପାଇଁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମୟରେ ଦେଶର ପ୍ରାଚୀନ ଐତିହ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ଆଲୋକିତ କରାଯିବ।

Comments are closed.