ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରତିବାଦ ପତ୍ର ଦେବେ ବିରୋଧୀ

0

ନୂଆଦିଲ୍ଲୀ: ରାଜ୍ୟସଭାରେ ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା କରାଯାଉନଥିବା ଅଭିଯୋଗରେ ବିରୋଧୀ ଦଳ ପକ୍ଷରୁ ଏକ ପ୍ରତିବାଦ ପତ୍ର ଉପରାଷ୍ଟ୍ରପତି ଭେଙ୍କୟାନାଇଡ଼ୁଙ୍କୁ ଦିଆଯିବ ବୋଲି ବିଚାର କରାଯାଉଛି। କଂଗ୍ରେସ ନେତୃତ୍ୱରେ ବିରୋଧୀଦଳର ଏହି ବିଚାର ଯଦି କାର୍ଯ୍ୟକାରୀ ହୁଏ ତେବେ ଭାରତୀୟ ଇତିହାସରେ ଏହା ପ୍ରଥମ ହେବ।
ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଲୋକସଭାରେ ଏଭଳି ପତ୍ର ଦିଆଯାଇଛି। ଅନାସ୍ଥା ପ୍ରସ୍ତାବକୁ ବିଚାରକୁ ନ ନେବା ପ୍ରତିବାଦରେ ଲୋକସଭାର ୮ ଜଣ ସାଂସଦ ଏଭଳି ପତ୍ର ଦେଇଥିଲେ। ରାଜ୍ୟସଭାରେ ସମସ୍ୟା ଉପସ୍ଥାପନ କରିବାରେ ବିରୋଧୀଙ୍କୁ ଯଥୋଚିତ ସୁଯୋଗ ମିଳୁ ନଥିବା, ରାଜ୍ୟସଭା ଟିଭି କେବଳ ସରକାରୀ ଦଳର ସଦସ୍ୟଙ୍କୁ ଅଧିକ ଫୋକସ କରୁଥିବା, ବିରୋଧୀଙ୍କ ଅନେକ ପ୍ରଶ୍ନ ୱେବ୍‍ସାଇଟ୍‍ରେ ସ୍ଥାନ ପାଉ ନଥିବା ଆଦି ଅଭିଯୋଗ ଆଣି ପ୍ରତିବାଦ ପତ୍ର ଦିଆଯିବ ବୋଲି ଜଣାପଡ଼ିଛି।

Leave A Reply