ରାଜ୍ୟସଭା ନିର୍ବାଚନ : ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୂବନେଶ୍ବର :  ରାଜ୍ୟସଭାରେ ଓଡ଼ିଶାର ୪ଟି ଆସନ ପାଇଁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ର ଗୁଡିକୁ ସୋମବାର ଯାଞ୍ଚ କରାଯିବ। ଏଥିପାଇଁ ମୋଟ ୮ଟି ମନୋନୟନ ପତ୍ର ଦାଖଲ କରାଯାଇଛି। ଗତ ୧୧ ତାରିଖରେ ବିଜେଡିର ୪ ଜଣ ସୁବାସ ଚନ୍ଦ୍ର ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ଲାଲା ଅରୁଣ କୁମାର ସିଂ, ଗଣେଶ୍ବର ମିଶ୍ର, ମମତା ସାମନ୍ତରାୟ ଓ ଭାତାଲ ହେମ୍ବ୍ରମ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆଜି ନାମାଙ୍କନ ପତ୍ରଗୁଡିକ ଯାଞ୍ଚ କରାଯିବା ପରେ ୧୮ ତାରିଖକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ ଧାର୍ଯ୍ୟ କରାଯାଇଛି। ତେବେ ବିଜେଡି ପ୍ରାର୍ଥୀଙ୍କର କୌଣସି ପ୍ରତିଦ୍ବଦ୍ବୀ ନ ଥିବାରୁ ସେମାନେ ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି।

Comments are closed.