ଅଡୁଆ ସୃଷ୍ଟି କଲା ମରାଠା ସଂରକ୍ଷଣ: ରାଜପୁତ ବି ଉଠାଇଲେ ଦାବି

0

ମୁମ୍ବଇ : ମହାରାଷ୍ଟ୍ରର ସଂଖ୍ୟାଲଘୁ ତଥା ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅନୁନ୍ନତ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ରାଜ୍ୟ ସରକାର ଏବେ ଅଡୁଆରେ ପଡିଯାଇଛନ୍ତି। ରାଜ୍ୟର ଅନ୍ୟତମ ସଂଖ୍ୟାଲଘୁ ରାଜପୁତ ସମ୍ପ୍ରଦାୟର ଲୋକେ ନିଜ ପାଇଁ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି ଉଠାଇଛନ୍ତି। ଅନ୍ୟପଟେ ଏଆଇଏମ୍‍ଆଇଏମ୍‍ ମୁଖ୍ୟ ଅସଦୁଦ୍ଦିନ ଓୱେସି ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଦାବିରେ ଶୁକ୍ରବାର ସିଧାସଳଖ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏହା ପୁର୍ବରୁ ଏଆଇଏମ୍‍ଆଇଏମ୍‍ର ଜଣେ ଏବଂ କଂଗ୍ରେସର ଜଣେ ବିଧାୟକ ବିଧାନସଭାରେ ମୁସଲମାନଙ୍କ ପାଇଁ କୋଟା ବ୍ୟବସ୍ଥା ଦାବି କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ଏହି ଦାବିକୁ ତତ୍‍କ୍ଷଣାତ ପ୍ରତ୍ୟାଖ୍ୟାନ କରିଥିଲେ। ଧର୍ମକୁ ଭିତ୍ତି କରି କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ଏଥିସହ ନିଜର ଦାବି ନେଇ ପ୍ରଥମେ ପଛୁଆ ବର୍ଗ କମିସନ ନିକଟକୁ ଯିବାକୁ ସେ ପରାମର୍ଶ ଦେଇଥିଲେ। ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ସର୍ବସମ୍ମତିକ୍ରମେ ମରାଠା ସମ୍ପ୍ରଦାୟ ପାଇଁ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ୧୬% ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧୀୟ ବିଲ ଗୃହୀତ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ପଛୁଆ ବର୍ଗଙ୍କ ପାଇଁ ମଞ୍ଜୁର କରାଯାଇଥିବା ୫୦% ଊର୍ଦ୍ଧ୍ବ ସଂରକ୍ଷଣ ଭିନ୍ନ ଏହି ୧୬% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ମହାରାଷ୍ଟ୍ରରେ ୫୨% ଆସନ ସଂରକ୍ଷିତ ରହିଥିବା ବେଳେ ମରାଠା କୋଟାକୁ ମିଶାଇ ଏହା ୬୮%ରେ ପହଞ୍ଚିଛି।

Leave A Reply