ଜେଲ ଦଣ୍ଡ ଭୋଗି ଫେରିଲେ ରାଜପାଲ ଯାଦବ : କହିଲେ ମୋ ବିଶ୍ୱାସରେ ବିଷ ଦିଆଯାଇଛି

0

ନୂଆଦିଲ୍ଲୀ : ବଲିଉଡ଼ ହାସ୍ୟ ଅଭିନେତା ରାଜପାଲ ଯାଦବ ଜେଲ ଦଣ୍ଡ ଭୋଗି ଘରକୁ ଫେରିଛନ୍ତି। ଜେଲ ଦଣ୍ଡ ଭୋଗି ଫେରିବା ପରେ ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ କରିଥିଲି ମାତ୍ର ସେମାନେ ମୋଁ ବିଶ୍ୱାସରେ ବିଷ ଦେଇଛନ୍ତି। ଆଇଏନଏସକୁ ଦେଇଥିବା ସାକ୍ଷାତକାରରେ ରାଜପାଲ କହିଛନ୍ତି- ମୋତେ ଲାଗୁଛି ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ କରିଥିଲି, ଯେଉଁମାନେ ମୋଁ ବିଶ୍ୱାସରେ ବିଷ ଦେଇଛନ୍ତି। କିନ୍ତୁ ମୁଁ ଏବେ ଏହା ଉପରେ କିଛି କହିବାକୁ ଚାହୁଁନାହିଁ। ମୁଁ କେବଳ ଆଗକୁ ବଢିବାକୁ ଚାହୁଁଛି। କାରଣ ମୁଁ ଜାଣିଛି ଏବେ ଜୀବନରେ ବହୁତ କିଛି ପାଇବାକୁୁ ବାକିରହିଛି। ସେ କହିଛନ୍ତି, ଦେଶର ଆଇନ ସବୁଠାରୁ ବଡ଼। ଆଇନ ଆଖିରେ ସମସ୍ଥେ ସମାନ ତେଣୁ ମୁଁ କୋର୍ଟର ଆଦେଶକୁ ପାଳନ କରିଛି।

pic courtesy-the indian express

ଉଲ୍ଲେଖ ଯୋଗ୍ୟ, ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ଅଭିଯୋଗରେ ତିନି ମାସ କାଳ ଜେଲଦଣ୍ଡା ଦେଶ ଶୁଣାଇଥିଲେ । ରାଜପାଲ ଯାଦବ ଟ୍ରାଏଲ କୋର୍ଟରେ ଏଗ୍ରିମେଣ୍ଟ କରିଥିବା ଧାର୍ୟ୍ୟ ଅର୍ଥରାଶି ଦେବାକୁ ବିଫଳ ହୋଇଥିଲେ । ଯାହା ଉପରେ ଦିଲ୍ଲୀ ହାଇକୋର୍ଟ କଠୋର ଦଣ୍ଡାଦେଶ ଶୁଣାଇଥିଲେ ।

pic courtesy-unintedpunjabfc.com

୨୦୧୦ରେ ରାଜପାଳ ଯାଦବ ସୁରେନ୍ଦ୍ର ସିଂହ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ରୁଣ ନେଇଥିଲେ । ଏହି ରକମକୁ ଫେରାଇବାକୁ ରାଜପାଲ ଆକ୍ସିସ ବ୍ୟାଙ୍କ ମୁମ୍ବଇର ଏକ ଚେକ୍ ସୁରେନ୍ଦ୍ର ସିଂହକୁ ଦେଇଥିଲେ । ଯାହାକି ସେପ୍ଟେମ୍ବର ୨୦୧୫ରେ ବ୍ୟାଙ୍କରେ ଜମା କରିବା ଦ୍ୱାରା ବାଉନ୍ସ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ବ୍ୟବସାୟୀ ଜଣକ କୋର୍ଟର ଆଶ୍ରୟ ନେଇଥିଲେ ।
କୋର୍ଟରେ ଚଳିତ ବର୍ଷ ଏଗ୍ରିମେଣ୍ଟ ହୋଇଥିଲା କି , ରାଜପାଲ ଯାଦବ ୧୦ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି, ହେଲେ ଏହି ରକମ ରାଜପାଲ ଯାଦବ ଫେରାଇବାରେ ଅସମର୍ଥ ହୋଇଥଇଲେ । ଯେଉଁଥି ପାଇଁ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ରାଜପାଲ ଯାଦବ ଏହି ଟଙ୍କା ୨୦୧୦ରେ ହିନ୍ଦି ସିନେମା ‘ଅତା ପତା ଲାପତା’ର ନିର୍ମାଣ ପାଇଁ ନେଇଥିଲେ ।

Leave A Reply