ଦ୍ୱିତୀୟ ବିବାହ କରିବେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା

0

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। କିଛିଦିନ ହେବ ସୌନ୍ଦର୍ୟ୍ୟାଙ୍କ ଦ୍ୱିତୀୟ ବିବାହକୁ ନେଇ ଆଲୋଚନା ଚାଲିଥିବା ବେଳେ ଆସନ୍ତା ଫେବୃୟାରୀ ୧୧ରେ ସେ ବିବାହ କରିବେ ବୋଲି ଜଣାପଡିଛି। ଫିଲ୍ମ ନିର୍ମାତା ସୌନ୍ଦର୍ଯ୍ୟା ଅଭିନେତା ତଥା ବିଜନେସମ୍ୟାନ ବିଶାଗନ ବନଗମୁଣ୍ଡିଙ୍କୁ ସେ ବିବାହ କରୁଥିବା ଜଣାପଡିଛି। ଫେବୃୟାରୀ ୧୧ରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ୯ ଓ ୧୦ରେ ଏହାର ସଙ୍ଗୀତ ଓ ମେହେନ୍ଦି କାର୍ୟ୍ୟକ୍ରମ ରହିଛି। ରଜନୀକାନ୍ତଙ୍କ ଘରେ ଏହା ଅନୁଷ୍ଠିତ ହେବ। ଏନେଇ ରଜନୀକାନ୍ତ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

courtesy-times now

ସୌନ୍ଦର୍ଯ୍ୟା ପ୍ରଥମେ ଶିଳ୍ପପତି ଅଶ୍ଵିନ ରାମକୁମାରଙ୍କୁ ବିବାହ କରିଥିଲେ। ୮ବର୍ଷ କାଳ ଉଭୟ ଏକାଠି ରହିବା ପରେ ୨୦୧୬ରେ ଉଭୟ ଅଲଗା ହୋଇଥିଲେ।

Leave A Reply