୬୦୦କୋଟି ଟଙ୍କାରେ ନିର୍ମିତ ୨.୦ ରିଲିଜ ପୂର୍ବରୁ ଆୟ ୧୨୦କୋଟି

0

ନୂଆଦିଲ୍ଲୀ : ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ୨.୦ ସବୁଠାରୁ ଅଧିକ ବଜେଟରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର। ପ୍ରାୟ ୬୦୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ରିଲିଜ ପୂର୍ବରୁ ୧୨୦କୋଟି ଟଙ୍କାର ବ୍ୟବସାୟ କରିସାରିଛି। ରିଲିଜ ପୂର୍ବରୁ ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକ ମାନେ ବେସ ପସନ୍ଦ କରିନଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ୧୨୦କୋଟି ଟଙ୍କାର ବ୍ୟବସାୟ କରିସାରିଛି।  “୨.୦” ଅକ୍ଷୟ କୁମାରଙ୍କ ପ୍ରଥମ ତାମିଲ ଚଳଚ୍ଚିତ୍ର। ଯେଉଁଥିରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ରଜନୀକାନ୍ତ ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରୁଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ଭୁମିକାରେ ନଜର ଆସିବେ ୟାମି ଜ୍ୟାକସନ୍। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଏସ.ଶଙ୍କର। ନଭେମ୍ବର ୨୯ତାରିଖରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply