ରାଫେଲ ଆଣିଲେ ରାଜନାଥ – କହିଲେ ଭାରତ ପାଇଁ ଐତିହାସିକ ଦିନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସରେ ଆଜି (ମଙ୍ଗଳବାର) ପ୍ରଥମ ରାଫେଲ ଲଢୁଆ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି। ଚୁକ୍ତି ମୁତାବକ ୩୬ଟି ବିମାନ ମଧ୍ୟରୁ ଆଜି ଦାସଲତ ଏଭିଏସନ ପ୍ରଥମ ବିମାନ ଭାରତକୁ ହସ୍ତାନ୍ତର କରିଛି। ଏହି ବିମାନ ହସ୍ତାନ୍ତର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତୀୟ ବାୟୁ ସେନାର ପ୍ରତିଷ୍ଠା ଦିବସ ଏବଂ ବିଜୟ ଦଶମୀ ଅବସରରେ ଦେଶ ପାଇଁ ରାଫେଲ ବିମାନ ନେବା ଏକ ଐତିହାସିକ ଦିନ। ଏହି ଶୃଙ୍ଖଳାର ପ୍ରଥମ ୪ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ୨୦୨୦ ମେ ମାସରେ ଭାରତ ଆସିବ।

ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜନାଥ କହିଛନ୍ତି, ଭାରତୀୟ ବାୟୁ ସେନା ପାଇଁ ଆଜି ଏକ ଐତିହାସିକ ଦିନ। ଭାରତ-ଫ୍ରାନ୍ସ ଦ୍ୱିପକ୍ଷୀୟ ଚୁକ୍ତି ଅନୁଯାୟୀ ଦାସଲତ ଏଭିଏସନ କମ୍ପାନୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ବିମାନ ନିର୍ମାଣ କରିଥିବା ରାଜନାଥ କହିଛନ୍ତି। ସେ କହିଛନ୍ତି, ରାଫେଲ ଲଢୁଆ ଯୁଦ୍ଧ ବିମାନ ଭାରତୀୟ ବାୟୁ ସେନାର ଦକ୍ଷତା ବୃଦ୍ଧି କରିବ।

Comments are closed.