ମୋଦୀଙ୍କ ଡଙ୍ଗା ବୁଡୁଛି କହିଲେ ମାୟାବତୀ, ରାଜନାଥ କହିଲେ ୨୩କୁ ଅପେକ୍ଷା କର

ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀ ମଙ୍ଗଳବାର ଲକ୍ଷ୍ନୌଠାରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ମାୟାବତୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଉ କେନ୍ଦ୍ରରେ ସରକାର କରି ପାରିବ ନାହିଁ। ଲୋକସଭା ନିର୍ବାଚନର ୬ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ବିଜେପି ଏହି ନିର୍ବାଚନ ହାରୁଛି ଓ ଏଥର ମୋଦୀଙ୍କ ଡଙ୍ଗା ବୁଡୁଛି। ଏପରିକି ଆରଏସ୍‍ଏସ୍‍ ବିଜେପି ହାତ ଛାଡ଼ିଦେଇଛି। ନିର୍ବାଚନରେ ଆରଏସ୍‍ଏସ୍‍ କର୍ମୀ ଦେଖିବାକୁ ମିଳୁନାହାନ୍ତି।
ମାୟାବତୀଙ୍କ ଟିପ୍ପଣୀ ଉପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପ୍ରତିକ୍ରିୟା ରଖିଛନ୍ତି। ରାଜନାଥ କହିଛନ୍ତି ଯେ ମାୟାବତୀଙ୍କ ଡଙ୍ଗା ତ ବୁଡୁଛି, ସେ କମିତି ଅନ୍ୟର ଡଙ୍ଗା ଦେଖିଲେ। ମେ’ ୨୩କୁ ଅପେକ୍ଷା କରନ୍ତୁ। ନିର୍ବାଚନ ଫଳ ଆସିବା ପରେ କାହା ଡଙ୍ଗା ବୁଡୁଛୁ ଜଣାପଡଯିବ।

Comments are closed.