‘ଜାମ୍ମୁ-କାଶ୍ମୀରରେ ନିର୍ବାଚନ କରାଇବାକୁ ସରକାର ପ୍ରସ୍ତୁତ’ : ରାଜନାଥ ସିଂହ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିଧାନସଭାକୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳଗୁଡିକ ସମାଲୋଚନା କରିଛନ୍ତି। ସଂସଦରେ ଏ ସମ୍ପର୍କରେ ଆଗତ ପ୍ରସ୍ତାବର ଆଲୋଚନା ବେଳେ ବିରୋଧୀଙ୍କ ଏହି ସମାଲୋଚନାର ଜବାବ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ଲାଗି ପ୍ରସ୍ତୁତ। ରାଜ୍ୟରେ ନିର୍ବାଚନ କରାଇବା ଦାୟିତ୍ବ ନିର୍ବାଚନ ଆୟୋଗଙ୍କର ଏଥିରେ ସରକାରଙ୍କର କୌଣସି ହସ୍ତକ୍ଷେପ ନାହିଁ ବୋଲି ରାଜନାଥ କହିଛନ୍ତି।

Leave A Reply