ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଶ୍ରୀନଗର :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦୁଇଦିନିଆ ଲଦାଖ ଓ ଜମ୍ମ-କାଶ୍ମୀର ଗସ୍ତରେ ଜାଇଛନ୍ତି । ସେ ଶୁକ୍ରବାର ସକାଳେ ଲଦାଖରେ ପହଞ୍ଚିଛନ୍ତି। ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ଓ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଓ ୨ ସେନା ଅଧିକାରୀ ଆଜି ଲଦାଖର ବିଭିନ୍ନ ସ୍ଥାନ ଗସ୍ତ କରିବା ସହ ଆସନ୍ତାକାଲି ଶନିବାର ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ। ଲଦାଖର ଲେହ ଷ୍ଟକନାରେ ରାଜନାଥଙ୍କ ଉପସ୍ଥିତିରେ ଯବାନଙ୍କ ସମରାଭ୍ୟାସ ଜାରି ରହିଛି।

 

Comments are closed.