ଆମେ ଦେଶ ଗଢ଼ିବାକୁ ଭୋଟ ମାଗୁଛୁ, ସରକାର ଗଢ଼ିବାକୁ ନୁହେଁ: ରାଜନାଥ

ଚଣ୍ଡୀଗଡ଼: ଆମେ ଦେଶ ଗଢ଼ିବାକୁ ଭୋଟ ମାଗୁଛୁ, ସରକାର ଗଢ଼ିବାକୁ ନୁହେଁ। ଶୁକ୍ରବାର ପଞ୍ଜାବର ଦାତାରପୁର ଆସନରେ ବିଜେପି ପ୍ରାର୍ଥୀ ସୋମ ପ୍ରକାଶଙ୍କ ପାଇଁ ପ୍ରଚାର କରିବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏଭଳି କହିଛନ୍ତି। ସେ କହିଥିଲେ ମୋଦୀ ସରକାରଙ୍କ ନୀତିଗୁଡ଼ିକ ପାଇଁ ଆଜି ଦେଶରେ କେଉଁଠି ବି ଦରଦାମ ବୃଦ୍ଧି ଦେଖିବାକୁ ମିଳୁନାହିଁ। ଆମ ପଡ଼ୋଶୀ ପାକିସ୍ତାନରେ ଦରଦାମ ଆକାଶଛୁଆଁ ହୋଇଛି। ରାଜନାଥ ଆହୁରି କହିଥିଲେ, ଦେଶକୁ ମଜଭୁତ କରିବାକୁ ଆମ ସରକାର ଗ୍ରହଣ କରୁଥିବା ନୀତିଗୁଡ଼ିକର ଫଳସ୍ବରୂପ ୨୦୦୪ ପରେ ୨୦୧୯ ନିର୍ବାଚନରେ ଦରଦାମ ବୃଦ୍ଧି ପ୍ରସଙ୍ଗ ହୋଇ ରହିନାହିଁ। ଏହି ଦୁଇଟି ନିର୍ବାଚନ ବ୍ୟତୀତ ଦେଶ ସ୍ବାଧୀନତା ସମୟରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନଗୁଡ଼ିକରେ ଦରଦାମ ବୃଦ୍ଧି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଆସିଛି। ଆମେ ସରକାର ଗଢ଼ିବାକୁ ରାଜନୀତି କରୁନାହୁଁ। ରାଜନୀତି ଆମ ପାଇଁ ସେବାର ଏକ ମାଧ୍ୟମ ବୋଲି ରାଜନାଥ କହିଥିଲେ।

Comments are closed.