୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ, ଅଭିଯୁକ୍ତକୁ ଗିରିଫ ଦାବିରେ ଗାଁ ଲୋକଙ୍କ ଧାରଣା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁଁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମାଆର ମୃତଦେହ।
ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ମାଆ ନିଖୋଜ ହେବା ପରେ ତାଙ୍କୁ ଖୋଜିବାକୁ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ ଝିଆ। ୧୯ରେ ମା’ ଓ ୨୦ ତାରିଖରେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା।
ଅନ୍ୟପକ୍ଷରେ, ପୋଷ୍ଟମର୍ଟମ୍ ବେଳେ ଝିଅଟିର ପେଟରୁ କନ୍ୟା ଭୃଣ ମିଳିବାକୁ ସସପେନ୍ସ ଜାରି ରହିଥିବା ବେଳେ ମା’ ଝିଅଙ୍କ ମୃତ୍ୟୁ ପଛରେ ମାମୁ ଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସମ୍ପୃକ୍ତ ଯୁବତୀଙ୍କ ମାମୁଙ୍କୁ ପୁଲିସ୍ ଅଟକ ରଖୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ଗିରଫ ଦାବି କରି ଯୁବତୀଙ୍କ ମାମୁ ଘର ଆଗରେ ମୃତଦେହ ରଖି ଗାଁ ଲୋକେ ଧାରଣା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ତହସିଲଦାର, ଆଇଆଇସି ଓ ବିଡିଓ ଗ୍ରାମବାସୀଙ୍କୁ ଆଜି ବୁଝାଶୁଝା କରିବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ବସି ମହିଳାମାନେ ଧାରଣା ଦେଇଛନ୍ତି ।