ପରଲୋକରେ ରାଜ କୁମାର ରାଓଙ୍କ ପିତା ସତ୍ୟପାଲ ଯାଦବ

0

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରାଜ କୁମାର ରାଓଙ୍କ ପିତା ସତ୍ୟପାଲ ଯାଦବଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା। ଗୁରୁଗ୍ରାମର ମଦନପୁରୀ ଶ୍କସାନରେ ଶୁକ୍ରବାର ସକାଳ ୧୦ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେ ପ୍ରାୟ ୧୭ଦିନ ହେବ ମେଦାନ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସତ୍ୟପାଲ ଯାଦବ ଜଣେ ସରକାରି ଚାକିରିଆ ଥିଲେ।

୨୦୧୭ମସିହାରେ ରାଜକୁମାର ରାଓଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା। ସେହି ସମୟରେ ରାଜକୁମାର ବଲିଉଡ ଚଳଚ୍ଚିତ୍ର ୟୁଟର୍ଣ୍ଣର ଶୁଟିଂ କରୁଥିଲେ।

Leave A Reply