ନିଜ ଉଦ୍ୟମରେ ପଞ୍ଚାୟତକୁ ସାନିଟାଇଜ୍ କଲେ ସରପଞ୍ଚ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ  ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ରାଜ୍ୟରେ କରୋନା ମହାମାରୀକୁ ପ୍ରତିହତ କରିବାରେ ପଞ୍ଚାୟତ ସ୍ତରରେ ଭୂମିକାକୁ ଲକ୍ଷ୍ୟକରି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଥିଲେ । କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ୟ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ନିଜ ପଞ୍ଚାୟତକୁ କିପରି କରୋନା ମୁକ୍ତ ରଖିବେ ସେହି ଚିନ୍ତାରେ ଜଣେ ସରପଞ୍ଚ ନିଜ ଉଦ୍ୟମରେ ପଞ୍ଚାୟତକୁ ସାନିଟାଇଜ କରିଛନ୍ତି । ଗାଡିରେ ସାନିଟାଇଜ ସାମଗ୍ରୀ ଧରି ସମଗ୍ର ପଞ୍ଚାୟତ ବୁଲି ସାନିଟାଇଜ କରିଛନ୍ତି ଜଣେ ସରପଞ୍ଚ ଏବଂ ତାଙ୍କ ସହଯୋଗୀ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବାଘବୁଦା ଗ୍ରାମପଞ୍ଚାୟତ ଅଞ୍ଚଳରେ । ପଞ୍ଚାୟତର ସରପଞ୍ଚ ମମତା ମଞ୍ଜରୀ ମଲ୍ଲିକ ତାଙ୍କ ଉଦ୍ୟମରେ ନିଜ ପଞ୍ଚାୟତକୁ ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି । ପଞ୍ଚାୟତର ପ୍ରତେକ ଗାଁକୁ ବୁଲି ବୁଲି ସାନିଟାଇଜ କରିବା ସହ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ସରପଞ୍ଚ ମମତା ମଞ୍ଜରୀ ମଲ୍ଲିକ । ସରପଞ୍ଚଙ୍କୁ ଏହି ମହତକାର୍ଯ୍ୟରେ ପଞ୍ଚାୟତର ନାଏବ ସରପଞ୍ଚ ରାଜେଶ କୁମାର ବେହେରା, ଯୁବ ନେତା ସୁକଦେବ ମଲ୍ଲିକ, ପ୍ରଶାନ୍ତ ମହାପାତ୍ର,କୁଳମଣି ସାମଲ, ଦୀକପ ମିଶ୍ର ଓ ଅସିଫ୍ ଖାନ୍ ପ୍ରମୁଖ ସହାୟତା କରିଥିଲେ ।

Comments are closed.