ଜେଡିୟୁ ସଂସଦୀୟ ଦଳର ନେତା ହେଲେ ରାଜୀବ ରଂଜନ

ନୂଆଦିଲ୍ଲୀ : ସଂଯୁକ୍ତ ଜନତା ଦଳ (ଜେଡିୟୁ) ସଂସଦୀୟ ଦଳର ନେତା ଭାବେ ରାଜୀବ ରଂଜନ ସିଂହ ଓରଫ ଲଲନ ସିଂହଙ୍କୁ ଚୟନ କରାଯାଇଛି। ଏହାସହ ବୈଦନାଥ ପ୍ରସାଦ ମାହତୋଙ୍କୁ ଜେଡିୟୁ ସଂସଦୀୟ ଦଳର ଉପନେତା ଓ ଦିନେଶ୍ୱର କାମାଟଙ୍କୁ ଜେଡିୟୁର ମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି।
ପ୍ରକାଶ ଯେ ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ଅଧୀନରେ ଜେଡିୟୁ ସପ୍ତଦଶ ଲୋକସଭା ନିର୍ବାଚନ ଲଢିଥିଲା। ଚଳିତ ଥର ବିଜେପି ଓ ଜେଡିୟୁ ୧୭ଟି ଲେଖାଏଁ ଲୋକସଭା ଆସନରେ ଓ ଏଲଜେପି ୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜେଡିୟୁ ୧୭ଟିରୁ ୧୬ଟି ଲୋକସଭା ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ଓ ଏଲଜେପି ସମସ୍ତ ଆସନରେ ବିଜୟୀ ହୋଇଛନ୍ତି।

Comments are closed.