ରାଜୀବ ପ୍ରତାପ ରୁଡି ହେଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର

0

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡିଙ୍କୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ତାଙ୍କ ନିଯୁକ୍ତି ତତ୍କାଳ କାର୍ୟ୍ୟକାରୀ ହୋଇଥିବା ଦଳର ଜଣେ ନେତା ପ୍ରକାଶ କରିଛନ୍ତି। ରୁଡି ୨୦୧୪ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବିଜେପି ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ବ ପ୍ରଦାନ କରିଥିଲେ। ମାତ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ବିଭାଗୀୟ ଦାୟିତ୍ବରୁ ମୁକ୍ତ କରାଯାଇଥିଲା।

Leave A Reply