ରାଜୀବ କୁମାର ନୂଆ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଶ୍ରୀ କୁମାରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୧୯୮୪ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଏହି ଆଇପିଏସ୍ ଅଫିସର ରାଜୀବ କୁମାରଙ୍କୁ ଅଶୋକ ଲାଭାସାଙ୍କ ସ୍ଥାନରେ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ଦିଆଯାଇଛି। ଅଗଷ୍ଟ ୩୧ରେ ରାଜୀବ କୁମାର ତାଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବେ। ଏସିଆନ ଉନ୍ନୟନ ବ୍ୟାଙ୍କ (ଏଡିବି)ର ଯୋଗଦେବା ଲାଗି ଅଶୋକ ଲାଭାସା ନିର୍ବାଚନ ଆୟୁକ୍ତ ପଦରୁ ଇସ୍ତଫା ଦେଇଥିଲେ। ସୁନୀଲ ଆରୋରା ଏବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବାବେଳେ ତାଙ୍କ ସହିତ ସୁଶୀଲ ଚନ୍ଦ୍ରା ନିର୍ବାଚନ ଆୟୁକ୍ତ ଅଛନ୍ତି।