ରାଜୀବ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ରାଜୀବ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ସୁଶୀଲ ଚନ୍ଦ୍ରା ମେ’ ୧୪ରେ ଅବସର ଗ୍ରହଣ କରିବା ପରେ ମେ’ ୧୫ରେ ରାଜୀବ କୁମାର ଦାୟିତ୍ବ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଉକ୍ତ ବିଜ୍ଞପ୍ତିକୁ ସାମାଜିକ ଗଣମାଧ୍ୟମ‌ରେ ପୋଷ୍ଟ କରି ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୩୬ ବର୍ଷର ଚାକିରି ଜୀବନରେ ରାଜୀବ କୁମାରଙ୍କର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି। ଚାକିରି କାଳରେ ସେ ନିଜ ରାଜ୍ୟ ଝାଡ଼ଖଣ୍ଡରେ ବିଭିନ୍ନ ପ୍ରଶାସନିକ ପଦବୀରେ ରହିବା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ କେନ୍ଦ୍ର ସରକାରରେ ମଧ୍ୟ ବିଭିନ୍ନ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଛନ୍ତି।

Comments are closed.