ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ!

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ବିଭାଗ ସଚିବ ରାଜୀବ ଗୌବାକୁ ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦିଆଯାଇପାରେ। ବର୍ତ୍ତମାନର କ୍ୟାବିନେଟ ସଚିବ ପିକେ ସିହ୍ନାଙ୍କ କାର୍ଯ୍ୟକାଳ ଜୁନ୍ ୧୨ରେ ଶେଷ ହେବାକୁ ଯାଉଥିବାରୁ ଗୌବାଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବ। ସେହିପରି ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମଙ୍କୁ ସ୍ବରାଷ୍ଟ୍ର ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇପାରେ। ସବୁଠାରୁ ବରିଷ୍ଠ ଆଇଏଏସ୍ ଅଫିସର ଗୌବା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ବିହାର ଓ ଝାଡଖଣ୍ଡ ସରକାରରେ କାର୍ଯ୍ୟ କରିଆସିଛନ୍ତି। ସ୍ବରାଷ୍ଟ୍ର ବିଭାଗ ସଚିବ ଭାବେ ତାଙ୍କର ଦୁଇବର୍ଷିଆ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେ​‌ଷ ହେବ।

Comments are closed.