ଜେଲ୍‌ରେ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭେଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଦୋଷୀ ନଳିନୀ ସୋମବାର ବିଳମ୍ବିତ ରାତିରେ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନଳିନୀ ଏବେ ତାମିଲନାଡୁର ଭେଲୋର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବାବେଳେ ଏପରି ପଦକ୍ଷେପ ନେଇଥିବା ତାଙ୍କ ଓକିଲ ପୁଙ୍ଗଲେନ୍ତି ସୂଚନା ଦେଇଛନ୍ତି।

ପୁଙ୍ଗଲେନ୍ତି କହିଛନ୍ତି, ନଳିନୀ ବିଗତ ୨୯ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ଜେଲରେ ସେ ପ୍ରଥମ ଥର ଲାଗି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲ୍‌ରେ ଜଣେ କଏଦୀ ସହିତ ତାଙ୍କର ଝଗଡ଼ା ହୋଇଥିଲା। ସମ୍ପୃକ୍ତ କଏଦୀ ଜଣକ ଏ ନେଇ ଜେଲରଙ୍କ ନିକଟରେ ଅଭିଯୋଗ କରିବା ପରେ ନଳିନୀ ଏଭଳି ପଦକ୍ଷେପ ନେଇଥିଲେ। ନଳିନୀଙ୍କ ସ୍ବାମୀ ମୁରୁଗନ ବି ରାଜୀବ ହତ୍ୟା ମାମଲାରେ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ମୁରୁଗନ ଅନୁରୋଧ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ ଭେଲୋର ଜେଲରୁ ପୁଝଲ ଜେଲକୁ ସ୍ଥାନାନ୍ତର କରିଦିଆଯାଉ। ମୁରୁଗନଙ୍କ ଦାବି କୋର୍ଟଙ୍କୁ ଅବଗତ କରାଯିବ ବୋଲି ଓକିଲ କହିଛନ୍ତି।

Comments are closed.