www.samajalive.in
Monday, December 15, 2025
16.1 C
Bhubaneswar

ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର : ଚାଲିଗଲେ ଆଉ ଜଣେ ଅଭିନେତ୍ରୀ। ଆରପାରିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି। ଏକାଧିକ ଓଡିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ସେ ଅଭିନୟ କରି ପ୍ରଶଂସା ସାଉଁଟି ନେଇଥିଲେ।
ସୂଚନାନୁଯାୟୀ , ସେ ମସ୍ତିଷ୍କ ଓ ଫୁସଫୁସ କର୍କଟ ରୋଗରେ ପୀଡିତ ଥିଲେ। ହଠାତ୍‍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ରାଜେଶ୍ୱର ଅନେକ ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି।
ରାଜେଶ୍ୱରୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’। ସେ ‘ଆରେ ସାଥୀ ଆ’,’ବ୍ଲାକମେଲ୍‍’ ଭଳି ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏହାସହ ସେ ଦେବୀ,ଉଆଁସୀ କନ୍ୟା, ତୋ ପାଇଁ ମୁଁ, ବସୁନ୍ଧରା ଭଳି ଲୋକପ୍ରିୟ ସିରିୟଲରେ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। କିଛି ଓଡିଆ ଆଲବମ୍‍  ରେ ମଧ୍ୟ ରାଜେଶ୍ୱରୀଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ୨୦୧୯ ମସିହାରେ ସେ କର୍କଟ ରୋଗରେ ପୀଡିତ ବୋଲି ଖବର ସାମ୍ନାକୁ ଆସିଥିଲା। ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories