ରାକେଶ ଆସ୍ଥାନା ଲାଞ୍ଚ ମାମଲା : ସିବିଆଇକୁ ଆଉ ଚାରି ମାସ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନା ସମ୍ପୃକ୍ତ ଥିବା ଲାଞ୍ଚ ମାମଲାର ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ସିବିଆଇକୁ ଆଉ ଚାରି ମାସ ସମୟ ଦେଇଛନ୍ତି।

ଜଷ୍ଟିସ୍‍ ମୁକ୍ତା ଗୁପ୍ତା ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲୋଡି ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି। ଏହି ମାମଲା ରାକେଶ ଆସ୍ଥାନା, ଡିଏସ୍‍ପି ଦେବେନ୍ଦ୍ର କୁମାର ଓ ମଧ୍ୟସ୍ଥ ମନୋଜ ପ୍ରସାଦଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା । ଗତ ଜାନୁଆରୀ ୧୧ ତାରିଖରେ ତଦନ୍ତ ସମ୍ପୂର୍ଣ୍ଣ କରିବାକୁ କୋର୍ଟ  ସିବିଆଇକୁ ୧୦ ସପ୍ତାହ ସମୟ ଦେଇଥିଲେ। ୧୦ ସପ୍ତାହର ସମୟ ସମ୍ପୂର୍ଣ୍ଣ ହୋଇଯିବା ପରେ ସିବିଆଇ କୋର୍ଟରେ ଆବେଦନ କରିଥିଲା ।

Comments are closed.