ରାଜେଶ ବର୍ମା ନୂଆ କମ୍ପାନୀ ବ୍ୟାପାର ସଚିବ

ଭୁବନେଶ୍ବର (ବ୍ୟୁରୋ): ୧୯୮୭ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ରାଜେଶ ବର୍ମା ହୋଇଛନ୍ତି ଦେଶର ନୂଆ କମ୍ପାନୀ ବ୍ୟାପାର ସଚିବ । ଇଞ୍ଜେଟି ଶ୍ରୀନିବାସଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଶ୍ରୀ ଶ୍ରୀନିବାସ ଆସନ୍ତା ମାସ ୩୧ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ତାଙ୍କ ସ୍ଥାନ ପୂରଣ ପାଇଁ ଶ୍ରୀ ବର୍ମାଙ୍କୁ ଏହି ନୂଆ ନିଯୁକ୍ତି ଦିଆଯାଇଛି । ​‌ କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଶ୍ରୀ ବର୍ମାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚିବ ସ୍ତରରେ କରାଯାଇଥିବା ବଡଧରଣର ଅଦଳବଦଳ ପ୍ରକ୍ରିୟାରେ ଏହି ନୂଆ ନିଯୁକ୍ତି ହୋଇଛି । ସୂଚନାଯୋଗ୍ୟ, ଉଭୟ ବର୍ମା ଏବଂ ଶ୍ରୀନିବାସ ହେଉଛନ୍ତି ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ । ଉଭୟ ବହୁ ବର୍ଷ ଧରି ରାଜ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟନିର୍ବାହ କରିଛନ୍ତି ।

Comments are closed.