ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବଲପୁରୀ ୟୁନିଫର୍ମ ପାଇଁ ପ୍ରସ୍ତାବ ରଖିଲା ଛାତ୍ର ବିଜେଡି

ବଲାଙ୍ଗିର: ସମ୍ବଲପୁରୀ କପଡାରେ ତିଆରି ୟୁନିଫର୍ମ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଲାଗୁ କରିବା ପାଇଁ ଛାତ୍ର ବିଜେଡି ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଠାରେ ପ୍ରସ୍ତାବ ରଖାଯାଇଛି। ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦଙ୍କ ନେତୃତ୍ୱରେ ସୋମବାର ବଲାଙ୍ଗିର ଜିଲା ଛାତ୍ର ସଂଗଠନର କର୍ମକର୍ତ୍ତା ମାନେ ମିଶି ଏନେଇ ରେଜିଷ୍ଟାର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁୁ ସାକ୍ଷାତ କରି କୁଳପତି ଦୀପକ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ଏହା ସହିତ ବିଶ୍ୱବିଦ୍ୟାଳୟର ଅନ୍ୟ ସମସ୍ୟା ଉପରେ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା କରି ଏହି ସବୁ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଛାତ୍ର ବିଜେଡି କାମ କରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଏହା ସହିତ ସମସ୍ୟାକୁ ନେଇ ବିଜେଡି ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ସମାଧାନ କରିବା ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଏହି ଅବସରରେ ତେଜରାଜ ଚୈାଧୁରୀ, ବ୍ୟାସ ପଣ୍ଡା, ଆର୍ତ୍ତ ମହାକୁର, ରାଜେଶ ସାହୁ, ମଧୁସୁଦନ ସା, ସମ୍ବିତ ପୁରୋହିତ, ମନୋଜ ପାତ୍ର, ରାହୁଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.