ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ : ସ୍ନାତକରେ ବିନ୍ଦୁରେଖା, ସ୍ନାତକୋତ୍ତରରେ ରିତୁରାଣୀ କଲେଜ ଟପ୍ପର

ବଲାଙ୍ଗିର : ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଭୟ ସ୍ନାତକ ଓ ସ୍ନାତକୋତ୍ତର-୨୦୨୦ ବର୍ଷର ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି। କୋଭିଡ କଟକଣା ଯୋଗୁଁ ପରୀକ୍ଷା ବହୁ ବିଳମ୍ବରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇଥିବାରୁ ପରୀକ୍ଷାର୍ଥୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସ୍ନାତକ କଳାରେ ୮୯ ପ୍ରତିଶତ , ସ୍ନାତକ ବିଜ୍ଞାନରେ ୯୨ ପ୍ରତିଶତ, ବାଣିଜ୍ୟରେ ୮୩ ପ୍ରତିଶତ, ସ୍ନାତକୋତ୍ତରକଳାରେ ୮୭ ପ୍ରତିଶତ, ବିଜ୍ଞାନରେ ୯୭ ପ୍ରତିଶତ, ସ୍ନାତକୋତ୍ତର ବାଣିଜ୍ୟରେ ୯୬ ପ୍ରତିଶତ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ବିଇଡି-ଏମଇଡି ପରୀକ୍ଷାରେ ୯୪ ପ୍ରତିଶତ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ସାମଗ୍ରୀକ ଭାବରେ ସ୍ନାତକୋତ୍ତର ପରୀକ୍ଷାରେ ରିତୁରାଣୀ ଦାଶ ଓ ସ୍ନାତକ ପରୀକ୍ଷାରେ ବିନ୍ଦୁରେଖା ସାହୁ ଟପ୍ପର ହୋଇଛନ୍ତି। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନରେ ଶିବାନୀ ଦାଶ, ରସାୟନ ବିଭାଗରେ ଶ୍ରଦ୍ଧାଞ୍ଜଳି ଶାସିନୀ, ବାଣିଜ୍ୟରେ ଅଙ୍କିତାରାଣୀ ଆଚାର୍ଯ୍ୟ, ଅର୍ଥଶାସ୍ତ୍ରରେ ଭରତ ଦନ୍ତା, ଇଂରାଜୀ ବି. ଅନିଶା ମଧୁଜାହ୍ନବୀ, ହିନ୍ଦୀରେ ଭବାନୀ ଶଙ୍କର ପଟେଲ, ଇତିହାସରେ ଜିନୀ ରଣା, ଗଣିତରେ ରିତୁରାଣୀ ଦାଶ, ଓଡିଆରେ ତୃପ୍ତିମୟୀ ପୃଷ୍ଟି, ପଦାର୍ଥ ବିଜ୍ଞାନରେ ଆକାଶ ବିଶ୍ୱାଲ, ରାଜନୀତି ବିଜ୍ଞାନରେ ଲିପସା ବେହେରା, ସଂସ୍କୃତରେ ଜଗଦାନନ୍ଦ ମିଶ୍ର ଓ ପ୍ରାଣୀ ବିଜ୍ଞାନରେ ନିତୁ ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିଭଳି ସ୍ନାତକ ଇତିହାସ ସମ୍ମାନରେ ସମ୍ବିତ ମେଶ୍ୱା, ଓଡିଆରେ ଆଲିଶ କୁମାର କର୍ଣ୍ଣ ରାଜନୀତି ବିଜ୍ଞାନରେ ଅମୀର ନାଗ, ସଂସ୍କୃତରେ ସସ୍ମିତା ପଟେଲ, ବାଣିଜ୍ୟରେ ଜ୍ୟୋତିର୍ମୟୀ ମିଶ୍ର, ଉଦ୍ଭିଦ ବିଜ୍ଞାନରେ ନିତୁ ସାହୁ, ରସାୟନ ବିଜ୍ଞାନରେ ମୋନାଲିସା ପାତ୍ର, କମ୍ପ୍ୟୁଟର ବିଜ୍ଞାନରେ ଅଦ୍ୟାଶା ମିଶ୍ର ଗଣିତରେ ପାର୍ଥବୀର ଷଡଙ୍ଗୀ, ପଦାର୍ଥ ବିଜ୍ଞାନରେ ବିନ୍ଦୁରେଖା ସାହୁ, ପ୍ରାଣୀ ବିଜ୍ଞାନରେ ଆକାଶ ରଞ୍ଜନ ମିଶ୍ର, ଆର୍ଥନୀତିରେ ଆଶିଷ ପାଣିଗ୍ରାହୀ, ଶିକ୍ଷାରେ ମୋନାଲିସା ନାଗ, ଇଂରାଜୀରେ ଶ୍ରୀୟା ସ୍ୱୀକୃତି ରଥ ଓ ଭୂଗୋଳରେ ତନୁଶ୍ରୀ ନାଏକ ଟପ୍ପର ହୋଇଥିବା ବେଳେ ହିନ୍ଦୀ ସମ୍ମାନରେ ଲିପସା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଇଡି-ଏମଇଡିରେ ସୂଚୀନମୟୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ମହାବିଦ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୋଟ ୩୧ ବିଭାଗରୁ ୨୧ଟି ବିଭାଗରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ବାଜି ମାରି ନେଇଛନ୍ତି।

ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମୀଳନୀ କକ୍ଷରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଦୁର୍ଗା ପ୍ରଶନ୍ନ ମହାପାତ୍ର,ପିଜି କାଉନସିଲ ର ଅଧ୍ୟକ୍ଷ ପ୍ରଫେସର ରବି ଶଙ୍କର ପାଣ୍ଡିଆ, ପ୍ରଫେସର ଟି.କେ ସେଠୀ, ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ କୁମାର ମିଶ୍ର, ସ୍ପୋଟର୍ସ କାଉନସିଲର ସମ୍ପାଦକ ଡ. ସଂଜୟ କୁମାର ସିଂ, ଉପ-ପରୀକ୍ଷା ନିୟନ୍ତ୍ରକ ଡ.ଫ୍ରାନସିସ୍‍ ବାର୍ଲା, ଡ. ରୂପଧର ଗମାଙ୍ଗୋ, ସରୋଜ କୁମାର ସାହୁ, ଅକ୍ଷୟ ସେଠୀ, ସୋମନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାଫଳ ପ୍ରକାଶିତ କରିଥିଲେ। ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ କୁଳସଚିବ ଡ. ମହାପାତ୍ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କଲେଜର ନାଁରଖିବା ଓ ଜଣେ ଭଳି ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ କଟକଣା ଯୋଗୁଁ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ପକ୍ଷରୁ ପୁରସ୍କାର ଓ ସମ୍ମାନ ପ୍ରଦାନ ଦିଆଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ମିଶ୍ର ସୂଚନା ଦେଇଛନ୍ତି।

Comments are closed.