ସିବିଆଇରେ ହାଜର ପାଇଁ ୭ଦିନ ସମୟ ନେଲେ ରାଜୀବ

କଳକାତା : ଶାରଦା ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ କଲକାତା ପୁଲିସ କମିସନର ରାଜୀବ କୁମାର ସିବିଆଇରେ ହାଜର ହେବା ପାଇଁ ଗୋଟିଏ ସପ୍ତାହ ସମୟ ମାଗିଛନ୍ତି। ସୋମବାର ସେ ଏ ସମ୍ପର୍କରେ ସିବିଆଇକୁ ଆବେଦନ କରିଛନ୍ତି। ରବିବାର ସନ୍ଧ୍ୟାରେ ସିବିଆଇ ଅଧିକାରୀ ଦକ୍ଷିଣ କଲକାତାସ୍ଥିତ ରାଜୀବଙ୍କ ବାସଭବନରେ ପହଞ୍ଚି ହାଜର ହେବା ସଂକ୍ରାନ୍ତ ନୋଟିସ ପ୍ରଦାନ କରିଥିଲେ। ସୋମବାର ପଶ୍ଚିମବଙ୍ଗ ଅପରାଧିକ ତଦନ୍ତ ବିଭାଗ ସଲ୍ଟ ଲେକ୍‌ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ରାଜୀବଙ୍କ ପତ୍ର ପ୍ରଦାନ କରିଥିଲେ। ରାଜୀବ ବ୍ୟକ୍ତିଗତ କାରଣରୁ ଛୁଟିରେ ଥିବାରୁ ହାଜର ହେବା ପାଇଁ ୭ଦିନ ସମୟ ନେଇଥିବା ଏଥିରେ ଉଲ୍ଲେଖ ଥିବା ପ୍ରକାଶ। ସିବିଆଇ ଉପରୋକ୍ତ ମାମଲାରେ ରାଜୀବଙ୍କୁ ଦୈନନ୍ଦିନ ଜେରା କରିବାକୁ ଚାହୁଛି।

Comments are closed.