ଆଦ୍ରା, ଝାରସୁଗୁଡ଼ା ଦେଇ ଚାଲିବ ରାଜଧାନୀ ସ୍ପେସାଲ

ଭୁବନେଶ୍ୱର: ଏଣିକି ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ କେବଳ ଟାଟା ପରିବର୍ତ୍ତେ ଝାରସୁଗୁଡ଼ା, ଆଦ୍ରା ଓ ଟାଟା ଦେଇ ଗତି କରିବ। ଆସନ୍ତା ଡିସେମ୍ବର ୧ ତାରିଖରୁ ୦୨୮୨୩/୦୨୮୨୪ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ଭୁବନେଶ୍ବରରୁ ଏବଂ ୨ ତାରିଖରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ଭୁବନେଶ୍ବରରୁ ସକାଳୁ ୯.୩୦ ଓ ନୂଆଦିଲ୍ଲୀରୁ ସଂଧ୍ୟା ୫.୦୫ ସମୟରେ ଯାତ୍ରା ଆରମ୍ଭ କରିବ। ଅନୁରୂପ ଭାବେ ଟ୍ରେନ୍ ନଂ-୦୨୮୧୫/୦୨୮୧୬ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ସ୍ପେଶାଲ ଭାୟା ଆଦ୍ରା ଡିସେମ୍ବର ୨ ତାରିଖରୁ ପ୍ରତି ବୁଧବାର ଓ ରବିବାର ଦିନ ଭୁବନେଶ୍ବରରୁ ଏବଂ ୪ ତାରିଖରୁ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଯାତ୍ରା କରିବ। ଟ୍ରେନ୍ ନଂ-୨୨୮୧୧/୨୨୮୧୨ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ସମୟ ସାରେଣୀ ତଥା ଷ୍ଟପେଜ୍‌ ଅନୁସାରେ ଉପରୋକ୍ତ ଟ୍ରେନ୍ ଯାତ୍ରା ଓ ରହଣି କରିବ। ଅପରପକ୍ଷେ ୦୨୮୫୫/୦୨୮୫୬ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ସ୍ପେଶାଲ ଭାୟା ଝାରସୁଗୁଡ଼ା, ରାଉରକେଲା ଡିସେମ୍ବର ୫ ତାରିଖରୁ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିବ। ଫେରିବା ପଥରେ ଏହି ଟ୍ରେନ୍ ଡିସେମ୍ବର ୬ ତାରିଖରୁ ପ୍ରତ୍ୟେକ ରବିବାର ନୂଆଦିଲ୍ଲୀରୁ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.