ରାଜସ୍ଥାନ ଓ ତେଲଙ୍ଗନା ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶୁକ୍ରବାର ମତଦାନ

0

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ଶେଷ ପର୍ଯ୍ୟାୟରେ ଉଭୟ ରାଜ୍ୟକୁ ତୋଫାନୀ ଗସ୍ତ କରି ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଥିଲେ।
ରାଜସ୍ଥାନର ୨୦୦ ଏବଂ ତେଲଙ୍ଗାନାର ୧୧୯ ଆସନ ବିଶିଷ୍ଟ ବିଧାନସଭା ପାଇଁ ଶୁକ୍ରବାର ଦିନ ଭୋଟଗ୍ରହଣ କରାଯିବ।
ରାଜସ୍ଥାନର ୨୦୦ ବିଧାନସଭା ଆସନ ପାଇଁ ୨ ହଜାର ୨୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ପାଇଁ ୧୮୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡ଼ିଛି।
ଆସନ୍ତା ମଙ୍ଗଳବାର ଦିନ ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମ ସହ ରାଜସ୍ଥାନ ଓ ତେଲଙ୍ଗନାର ଭୋଟଗଣତି ହେବ।

Leave A Reply