MEllora 950×100

ସଚିନ ବିଶ୍ବାସଘାତକ, କେବେ ହେଲେ ମୁଖ୍ୟମନ୍ତ୍ରୀ​‌ ହୋଇପାରିବେ ନାହିଁ: ଗେହଲୋତ

ରାଜସ୍ଥାନ ରାଜନୀତି

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଓ ଦଳୀୟ ସାଥୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୁରୁବାର ପୂନର୍ବାର ମୁହାଁମୁହିଁ ହୋଇଛନ୍ତି । ସଚିନଙ୍କ ପ୍ରତି ଆକ୍ଷେପ କରି ଗେହଲୋତ କହିଛନ୍ତି ଯେ ସେ ଜଣେ ବିଶ୍ବାସଘାତକ ଓ ପ୍ରତାରକ। ସେ କେବେହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଯେଉଁ ବ୍ୟକ୍ତି ନିଜ ଦଳ ବିରୋଧରେ ବିଦ୍ରୋହ କରିଥିଲେ ତାଙ୍କୁ ବିଧାୟକମାନେ କେବେହେଲେ ଗ୍ରହଣ କରିପାରିବେ ନାହିଁ। ଏହି ବ୍ୟକ୍ତି (ସଚିନ)ଙ୍କ ପାଖରେ ୧୦ଜଣ ବିଧାୟକଙ୍କ ସମର୍ଥନ ନାହିଁ । ତେଣୁ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । କଂଗ୍ରେସ ସରକାରକୁ ଭାଙ୍ଗିବା ଲାଗି ପ୍ରତି ବିଧାୟକଙ୍କୁ ୧୦କୋଟି ଟଙ୍କା ଦିଆଯାଇଥିଲା । ଗେହଲୋତଙ୍କ ଏପରି ଆକ୍ଷେପ ଉପରେ ଜବାବ ଦେଇ ସଚିନ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟ ମିଥ୍ୟା ଓ ଭିତ୍ତିହୀନ। ଗେହଲୋତଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ମୁହଁରେ ଏପରି ଭାଷା ଶୋଭନୀୟ ନୁହେଁ । ସଚିନ ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ଅଛନ୍ତି।

Comments are closed.